ପୁଣି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର (ଆମ ଟିଭି): ପୁଣି ବସରେ ଯାତ୍ରା କରି ପ୍ରଚାର କରିବେ ନବୀନ । ଆଗାମୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତ କରି ରୋଡ୍ ସୋ’ କରିବେ ବୋଲି ଜଣାପଡିଛି । ଏକ ବାଇକ ରାଲି ମଧ୍ୟ ବିଜେଡି ଆୟୋଜନ କରୁଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ତୁଙ୍ଗ ନେତାମାନେ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି ।

ଜାନୁଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ତିନିଟି ବ୍ଲକରେ ସଭା କରି ୧୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇ ସପ୍ତାହ ପରେ ପୁଣିଥରେ ବରଗଡ ଯାଉଥିବାରୁ, ପଶ୍ଚିମ ଓଡିଶାକୁ ବିଜେଡି ଫୋକସ କରୁଥିବା ଚର୍ଚ୍ଚା ହେଉଛି ।

ଦୁଇ ସପ୍ତାହରେ ବରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇ ଥର ଗସ୍ତ ଆଗାମୀ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତିକୁ ସୂଚାଉଥିବା କୁହାଯାଉଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି ପଶ୍ଚିମ ଓଡିଶାର ବିରୋଧୀ ନେତା ।

Leave A Reply

Your email address will not be published.