ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆଣିଲେ ଅଭିଯୋଗ
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ୨୦୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ବନ୍ଦୀ ଥିବା ସୁକେଶ ଚନ୍ଦ୍ରଶେଖର ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କେଜ୍ରିୱାଲ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସୁକେଶ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କହିଛନ୍ତି, ଆପଣ ମୋତେ ଠକ କହୁଛନ୍ତି, କିନ୍ତୁ ଆପଣ ତ ସବୁଠାରୁ ବଡ ଠକ। ବିଭିନ୍ନ ଚୁକ୍ତିନାମା ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲ ପାଖାପାଖି ୧୦୦୦ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ମଧ୍ୟ ଗରିବ ପିଲାମାନଙ୍କ ଶିକ୍ଷାରେ ଠକେଇ କରିଛନ୍ତି। ସ୍କୁଲ ପିଲାଙ୍କ ଷ୍ଟେସନାରୀରେ ଠକେଇ କରିଥିବା ଅଭିଯୋଗରେ ମୁଁ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରୁଛି।
ପିଲାମାନଙ୍କୁ ଟାବଲେଟ୍ ବଣ୍ଟନ ପାଇଁ ପ୍ରସ୍ତୁତ ପ୍ରଥମ ଡ୍ରାଫ୍ଟ ପାଇଁ ଟେଣ୍ଡର ଅନ୍ୟ କମ୍ପାନିକୁ ୨୦ପ୍ରତିଶତ ଅଧିକ ଦେବାର ଲୋଭରେ ଦିଆଯାଇଥିଲା। ଚାଇନାର ଏକ କମ୍ପାନି ଠାରୁ ମୋ ମାଧ୍ୟମରେ ଟାବଲେଟ୍ କିଣାଯାଉଥିଲା, କିନ୍ତୁ ଅନ୍ୟ କମ୍ପାନି ୨୦ ପ୍ରତିଶତ ଅଧିକ ଲାଞ୍ଚ ଦେଇ ପ୍ରଲୋଭିତ କରିଥିଲା, ଏହାପରେ କେଜ୍ରିୱାଲ୍ ସରକାର ମୋତେ ଟେଣ୍ଡର ନ ଦେଇ ଅନ୍ୟ କାହାକୁ ଦେବାକୁ ନିଷ୍ପତ୍ତି ନେଇଥିଲେ।