ଡାକୋଟାକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର(ଆମ ଟିଭି): ଏଣିକି ବିଜୁ ବାବୁଙ୍କ ପରାକ୍ରମ ଦେଖିବ ସାରା ଓଡ଼ିଶା । ଭୁବନେଶ୍ୱର ବିମାନ ବନ୍ଦରରେ ଶୋଭା ପାଇବ ବିଜୁବାବୁଙ୍କ ଦୁସାହସିକ ଡାକୋଟା ବିମାନ । ଏହାରି ଭିତରେ ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେଲା ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡକୋଟା’ । ଏଣିକି ଡାକୋଟାର କାହାଣୀ ଜାଣିବେ ଦେଶ ବିଦେଶ ଲୋକେ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ବ୍ୟବସ୍ଥା ହୋଇଥିଲା ।

ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାର ଉନ୍ମେଚନ କରିଛନ୍ତି । ଗତ ଜାନୁଆରୀରେ ଭୁବନେଶ୍ୱର ଆସିଥିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରକୁ ବିମାନକୁ ଅଣାଯ।।ଇଥିଲା । ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଏହାକୁ ରଖାଯାଇଛି । ବିଜୁ ବାବୁଙ୍କ ପ୍ରିୟ ବିମାନ ଥିଲା ଡାକୋଟା । ଏହି ବିମାନରେ ବହୁ ଦୁଃସାହସିକ କାରନାମା କରି ଦେଖାଇଥିଲେ ବିଜୁ ବାବୁ । ଡାକୋଟାରେ ଯାଇ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ । ଏହାସହ ପାକିସ୍ତାନ ଓ ଚୀନ୍ ସହ ଯୁଦ୍ଧ ବେଳେ ସୀମାନ୍ତରେ ଲଢ଼ୁଥିବା ଭାରତୀୟ ସେନାଙ୍କ ପାଇଁ ବିଜୁବାବୁ ନିଜେ ଡାକୋଟାରେ ଖାଦ୍ୟ ଓ ଯୁଦ୍ଧାସ୍ତ୍ର ପହଞ୍ଚାଇଥିଲେ ।

 

Leave A Reply

Your email address will not be published.