ପୁଣି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ ପ୍ରଜ୍ଞା ଠାକୁର

0

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଶନିବାର ଦିନ ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି।

ଜଣେ ବିଦେଶିନୀଙ୍କଠାରୁ ଜାତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ ବୋଲି ଚାଣକ୍ୟ ଯାହା କହିଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି। ତେଣୁ, ବିଦେଶରେ ଦେଇଥିବା ମନ୍ତବ୍ୟ ଯୋଗୁଁ ତାଙ୍କୁ ଦେଶରୁ ବାହାର କରିଦିଆଯିବା ଦରକାର ବୋଲି ପ୍ରଜ୍ଞା ଠାକୁର କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଇଂଲଣ୍ଡ୍‌ ଗସ୍ତ ସମୟରେ ରାହୁଲ୍‌ ଗାନ୍ଧୀ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ଏବଂ ଇଂଲଣ୍ଡ୍‌ ସଂସଦରେ ଭାରତ ବିରୋଧୀ ଟିପ୍ପଣୀ ଦେବା ସହିତ ନରେନ୍ଦ୍ର ମୋଦୀ ନେତୃତ୍ବାଧୀନ ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ।

Leave A Reply

Your email address will not be published.