ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

durghatàna

0

ନୂଆଦିଲ୍ଲୀ :ଭାରତୀୟ ସେନାର ଏକ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ଅରୁଣାଚଳ ପ୍ରଦେଶର ମଣ୍ଡଳା ନିକଟରେ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟରରେ ଦୁଇ ଜଣ ପାଇଲଟ ଥିଲେ। ସେମାନେ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ଅଭିଯାନ ଜାରି ରହିଛି।

ଆଜି ସକାଳ ପ୍ରାୟ ୯ଟା ୧୫ ବେଳେ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମଡିଲାରୁ ଉଡ଼ାଣ ଭରିଥିଲା। ୯ଟା ୧୫ରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

କେଉଁ ସ୍ଥିତିରେ ଏଭଳି ଏକ ଘଟଣା ଘଟିଲା, ତାହା ଜଣାପଡ଼ି ନଥିବା ବେଳେ ସେନା ପକ୍ଷରୁ ନିଖୋଜ ଦୁଇ ପାଇଲଟଙ୍କୁ ଉଦ୍ଧାର କରିବାକୁ ପ୍ରାଥମିକତା ଦିଆଯାଇଛି।

Leave A Reply

Your email address will not be published.