ନୂଆଦିଲ୍ଲୀ(ଆମ ଟିଭି): ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଖବର ମିଳିଛି। ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଛି । ଧମକ ପରେ ସଲମାନଙ୍କ ଘର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସଲମାନଙ୍କୁ ୱାଇ -ପ୍ଲସ ସୁରକ୍ଷା ଯୋଗାଇ ଦେଇଛି ମୁମ୍ବାଇ ପୁଲିସ ।
ସୂଚନା ମୁତବାକ, ଶନିବାର ଅପରାହ୍ଣରେ ରୋହିତ ଗାର୍ଗ ନାମକ ଜଣେ ବ୍ୟକ୍ତି ତାଙ୍କୁ ଇ-ମେଲ କରିଥିଲେ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ କାନାଡାର ଗୋଲ୍ଡି ବରାର ତାଙ୍କ ସହ କଥା ହେବାକୁ ଚାହୁଁଥିବା ନେଇ ଇମେଲ ଆସିଥିଲା । ସମୟ ପୁର୍ବରୁ ଜଣାଇଦେଲି, ଆରଥରକୁ ସିଧା ଝଟକା ମିଳବ ବୋଲି ହିନ୍ଦିରେ ଲେଖା ଥିବା ମେଲ ଆସିଥିଲା । । ଏନେଇ ଅଭିଯୋଗ ପରେ ପୁଲିସ ୧୨୦-ବି( ଅପରାଧିକ ଷଡଯନ୍ତ୍ର), ୫୦୬-ଆଇଆଇ( ଅପରାଧିକ ଉଦେଶ୍ୟ ରଖି ଭୟଭୀତ କରିବା) ଏବଂ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି ।