ଜାତୀୟ ଦଳ ତାଲିକାରୁ ହଟିପାରେ ଏନସିପି

0

ନୂଆଦିଲ୍ଲୀ (ଆମ ଟିଭି): ଏବେ ଜାତୀୟ ଦଳ ତାଲିକାରୁ ହଟିପାରେ ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି । ଦଳର ଷ୍ଟାଟସ ସମୀକ୍ଷା କରିବାକୁ ଆଗକୁ ଆସିଛି ନିର୍ବାଚନ ଆୟୋଗ । ଏନେଇ ଆଜି ନିର୍ବାଚନ ଆୟୋଗଙ୍କ ତରଫରୁ ପାର୍ଟିର ପ୍ରତିନିଧିଙ୍କ ସହ ଆଲୋଚନା ହେଉଛି । ଏବେ ଏନସିପି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ମେଣ୍ଟରେ ରହିଛି ।

କୌଣସି ରାଜନୈତିକ ଦଳ ୩ଟି ରାଜ୍ୟର ଲୋକସଭା ନିର୍ବାଚନରେ ସର୍ବନିମ୍ନ ୨ ପ୍ରତିଶତ ଭୋଟ ପାଇଥିବ । ୪ଟି ଲୋକସଭା ଆସନ ସହ ଲୋକସଭା ନିର୍ବାଚନରେ ୬ ପ୍ରତିଶତ ଭୋଟ ହାସଲ କରିଥିବ । ବିଧାନସଭା ନିର୍ବାଚନରେ ସର୍ବନିମ୍ନ ୪ଟି ରାଜ୍ୟରେ ୬ପ୍ରତିଶତ ଭୋଟ ପାଇଥିବ । ୪କିମ୍ବା ତା ଠାରୁ ଅଧିକ ରାଜ୍ୟରେ ଆଞ୍ଚଳିକ ଦଳର ମାନ୍ୟତା ପାଇଥିବ ।

ଏସବୁ ସର୍ତ୍ତ ମଧ୍ୟରୁ ଯେଉଁ ରାଜନୈତିକ ଦଳ ଗୋଟିଏ ବି ସର୍ତ୍ତ ପୁରଣ କରିଥିବ ସେ ଜାତୀୟଦଳର ମାନ୍ୟତା ପାଇବାକୁ ହକଦାର । ଏବେ ଦେଶରେ ରହିଥିବା ଜାତୀୟ ଦଳ ମଧ୍ୟରେ ରହିଛନ୍ତି ବିଜେପି, କଂଗ୍ରେସ, ବିଏସପି, ଏନସିପି, ସିପିଆଇ, ସିପିଆଇ(ଏମ୍), ଟିଏମସି, ଏନପିପି ।

 

Leave A Reply

Your email address will not be published.