ପାଟନା (ଆମ ଟିଭି): ବିହାର ଉପମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଲେ ଲକ୍ଷ୍ମୀ । ବାପା ହେଲେ ତଜସ୍ବୀ ଯାଦବ । ଘରକୁ ଆସିଲା କୁନି ଅତିଥି । କନ୍ୟା ସନ୍ତାନର ବାପା ହେଲେ ତେଜସ୍ବୀ ଯାଦବ । ତେଜସ୍ବୀ ଟ୍ବିଟ କରି ଏହି ଖୁସି ଖବର ଦେଇଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଇଶ୍ବର ଖୁସି ହୋଇ କନ୍ୟାରତ୍ନକୁ ଉପହାର ରୂପରେ ଦେଇଛନ୍ତି । ଘରେ ଝିଅ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି ।
କେବଳ ଏତିକି ନୁହେଁ ତେଜସ୍ବୀଙ୍କ ଭଉଣୀ ମଧ୍ୟ ଟ୍ବିଟ କରିଛନ୍ତି । ରୋହିଣୀ କହିଛନ୍ତି ଯେ, ମୋ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି । ଖୁସିର ଏମିତି ଉପହାର ଭଗବାନ ଦେଇଛନ୍ତି ।