ରାଜ୍ୟରେ ଗତିଶୀଳ ହେବ ପ୍ରଗତିର ରଥ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର (ଆମ ଟିଭି): ଭଦ୍ରକ ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର । ଭଦ୍ରକ-ନୟାଗଡ଼ ଟାଉନ ମେମୁ ରେଳର ଶୁଭାରମ୍ଭ ଆଜି ହୋଇଛି। କଟକ ରେଳଷ୍ଟେସନରେ ରେଳ ଚଳାଚଳ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍ସବରେ ବାରବାଟୀ ବିଧାୟକ ଓ ଧାମନଗର ବିଧାୟକ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହାକୁ ପୂରଣ କରନ୍ତି ବୋଲି ଗୁରୁବାର ପବିତ୍ର ରାମ ନବମୀ ଅବସରରେ କଟକ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଟ୍ରେନର ଶୁଭାରମ୍ଭ ଦ୍ୱାରା ଭଦ୍ରକ ଓ ନୟାଗଡବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଧାମନଗରର ଯୁବ ବିଧାୟକ ସୂରଜ ସୂର୍ୟ୍ୟବଂଶୀଙ୍କ ଅନୁରୋଧକୁ ରଖି ଏହି ରେଳ ପ୍ରକଳ୍ପକୁ ଅନୁମୋଦନ କରି ସର୍ବୋପରି ଓଡ଼ିଶା ତଥା ଓଡ଼ିଆଙ୍କ ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ।

Leave A Reply

Your email address will not be published.