ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ପୁଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶକୁ ଉଡ଼ିବ ବିମାନ । ପୂର୍ବରୁ ଭୁବନେଶ୍ବରରୁ କ୍ବାଲାଲମପୁର ଓ ବ୍ୟାଙ୍କକକୁ ଯଦିଓ ବିମାନ ଯାଉଥିଲା ତେବେ ପରବର୍ତ୍ତୀ ସମୟରେ କରୋନା କାରଣରୁ ଏହା ବନ୍ଦ ହୋଇଯାଇଥିଲା । ତେବେ ଏବେ ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର । ମେ’ ୧୫ରୁ ଦୁବାଇକୁ ବିମାନ ଉଡ଼ିବା ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏହା ବ୍ୟତୀତ ଖୁବଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକକୁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନ ଚଳାଚଳ କରିବାକୁ ଅନୁମତି ଲୋଡିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଉଭୟ ଦେଶକୁ ଭୁବନେଶ୍ବରରୁ ସିଧାସଳଖ ବିମାନ ଚଳାଚଳ ହୋଇପାରିବ । ଇଣ୍ଡିଗୋର ୩୨୧ ଓ ୩୨୦ ଏୟାର ବସ୍ ଯାହା ୧୮୦ରୁ ୨୦୦ ଯାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ, ସେହି ବିମାନ ଯୋଗେ ସେବା ଉପଲବ୍ଧ ହେବ ।

ସେହିଭଳି ଭୁବନେଶ୍ବର ବିମାନ ବନ୍ଦରରେ କାରଗୋ ଟର୍ମିନାଲ ନିକଟରେ ଥିବା ପୁରୁଣା ଏଟିସି ବା ଏୟାର ଟ୍ରାଫିକ କଣ୍ଟ୍ରୋଲ ସେଣ୍ଟର ନୂତନ ସେଣ୍ଟରକୁ ସ୍ଥାନାନ୍ତର ହେବ। ନୂତନ ଏଟିସି ନିର୍ମାଣ କାର୍ୟ୍ୟ ଶେଷ ହୋଇଛି । ଟେଷ୍ଟିଂ ପରେ ଏହା କାର୍ୟ୍ୟକ୍ଷମ ହେବ। ରାଜ୍ୟରେ ଆରସିଏସ ଯୋଜନାରେ କଳାହାଣ୍ଡିର ଉତକେଲା ବିମାନ ବନ୍ଦର କାର୍ୟ୍ୟକ୍ଷମ ହୋଇ ଭୁବନେଶ୍ବର ଓ ରାଞ୍ଚି ସହିତ ସଂଯୋଗ କରିବ ।

 

Leave A Reply

Your email address will not be published.