ନୂଆଦିଲ୍ଲୀ(ଆମ ଟିଭି): ମନୀଷ ସିସୋଦିଆଙ୍କୁ ଜେଲରୁ ମିଳିବ କି ମୁକ୍ତି ? ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ହେବ ଶୁଣାଣି । ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ମନୀଷ ଆବେଦନ କରିଥିବା ବେଳେ ଆଜି ଶୁଣାଣି କରିବେ ବୋଲି କୋର୍ଟ କହିଛନ୍ତି । ବିଚାରପତି ଦିନେଶ କୁମାର ଶର୍ମା ମାମଲାର ଶୁଣାଣି କରିବେ ।
ଗତ ୩୧ ତାରିଖରେ ରାଉଜ ଏଭିନ୍ୟୁ କୋର୍ଟ ମନିଷଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି ମନୀଷ । ମନୀଷ ସିସୋଦିଆ ଏବେ ସିବିଆଇ ଓ ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଅଛନ୍ତି । ଗତକାଲି ମନୀଷଙ୍କୁ ଆଉ ୧୨ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ କୋର୍ଟ ।