ଜି ୨୦ ଅବସରରେ ସି ଭି ରମଣ ଗ୍ଲୋବାଲ୍ ୟୁନିଭରସିଟିରେ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” କର୍ମଶାଳା
ଭୁବନେଶ୍ୱର :ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏକ ଆଙ୍କର୍ ପ୍ରତିଷ୍ଠାନ ଭାବରେ ପରିଚିତ ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି, ଢେଙ୍କାନାଳ ଏବଂ ବାଲେଶ୍ବର ଜିଲ୍ଲାରେ ଭାରତର ଜି 20 ପ୍ରେସିଡେନ୍ସି ସହିତ ଅଂଶଗ୍ରହଣ ଏବଂ ମାଲିକାନା ସମ୍ବନ୍ଧୀୟ ଜନସଚେତନତା କାର୍ଯକ୍ରମ ଆୟୋଜନ ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରବନ୍ଧ, କୁଇଜ୍, ସ୍ଲୋଗାନ୍ ଲେଖା, ବର୍ଣ୍ଣନା ଏବଂ ରଙ୍ଗୋଲି ଭଳି ବିଭିନ୍ନ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଛି | ଏହି ଅଭିଯାନର ଏକ ଅଂଶ ଭାବରେ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୧୦ ଏପ୍ରିଲ (ସୋମବାର) ଦିନ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ” ର ଭବିଷ୍ୟତରେ ସୁଯୋଗ ଏବଂ ଆହ୍ୱାନ ଶୀର୍ଷକ ସେମିନାର ଆୟୋଜନ କରିଥିଲା। ବିଶିଷ୍ଟ ବକ୍ତା ତଥା ଇନୋଭାରେ କର୍ପୋରେସନ୍ ର ସହ-ପ୍ରତିଷ୍ଠାତା ତଥା ସିଟିଓ, ଶ୍ରୀ ମୋହର ମନୋହର ମିଶ୍ର, ବାଟୋଇ ସିଷ୍ଟମର ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଅଶ୍ୱିନୀ ରଥ ଏବଂ ୟୁନିଭ.ଏ ଆଇ ର ସହ-ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ସିଦ୍ଧାର୍ଥ ଦାସ ଭବିଷ୍ୟତରେ ମଣିଷଜାତିର ବିକାଶ ଦିଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗିତା ଉପରେ ବକ୍ତୃତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଏବଂ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଆଇଟିଆଇ ଏବଂ ପଲିଟେକ୍ନିକ୍ସର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସି ଭି ରମଣ ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର ସୁଧୀନ୍ଦ୍ର ନାଥ ପଣ୍ଡା ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ର ଯେପରିକି ଦକ୍ଷତା କ୍ଷେତ୍ର, ଷ୍ଟାର୍ଟ ଅପ୍, ଏ ଆଇ, ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ତଥା ଇଣ୍ଡଷ୍ଟ୍ରି ସମୂହରୁ ୨୫୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।