ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ରୋଷେୟା ଗିରଫ

0

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରୋଷେୟା ଗିରଫ । ମନ୍ମଥ କୁମ୍ଭଙ୍କୁ ଗିରଫ କଲା ପାରଳାଖେମୁଣ୍ଡି ଥାନା ପୋଲିସ । ପାରଳାଖେମୁଣ୍ଡି SDJM ଅଦାଲତ ମନ୍ମଥଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ।

ଆଜି ଭୋର ସମୟରେ ତାଙ୍କୁ ନିଜ ଗାଁରୁ ପୋଲିସ ଗିରଫ କରିଛି । ଭାରତୀୟ ଦଣ୍ଡ ସଂହିତାର ଧାରା 302/120-B ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରିବା ପାଇଁ ଅଦାଲତ ଏହି ପରୱାନା ଜାରି କରିଥିଲେ । ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଏସଡିଜେଏମ୍, ପାରଳାଖେମୁଣ୍ଡିଙ୍କ ଅଦାଲତରେ ହାଜର କରାଯାଇଛି ।

Leave A Reply

Your email address will not be published.