ରାଜସ୍ଥାନ କଂଗ୍ରେସରେ ଫାଟ: ଅନସନରେ ବସିଲେ ପାଇଲଟ୍

0

ନୂଆଦିଲ୍ଳୀ (ଆମ ଟିଭି): ରାଜସ୍ଥାନରେ ଦେଖାଦେଇଛି ପୁଣି କଂଗ୍ରେସର କନ୍ଦଳ । ଦୀର୍ଘଦିନର ନୀରବତା ପରେ ପୁଣି ରାଜସ୍ଥାନ ରାଜନୀତିରେ ଦେଖାଦେଇଛି ହଲଚଲ । କ୍ଷମତାସୀନ କଂଗ୍ରେସରେ ପୁଣି ପାଇଲଟ ବନାମ ଗେହଲଟ୍ ଲଢ଼େଇ ଆରମ୍ଭ ହୋଇଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ନିଜ ଦଳର ଆଭିମୁଖ୍ୟ ବିରୋଧରେ ମଙ୍ଗଳବାର ଅନଶନରେ ବସିଛନ୍ତି । ପାଇଲଟଙ୍କ ଏଭଳି କାର୍ୟ୍ୟକୁ ଦଳ ବିରୋଧୀ କାମ କହି ନିନ୍ଦା କରିଛି କଂଗ୍ରେସ । ସଚିନ ଦାବି କରିଛନ୍ତି ବିଜେପି ସରକାର ସମୟର ଦୁର୍ନୀତିର ତଦନ୍ତ କରାଯାଉ ।

ସେପଟେ, ଅନଶନ ସରିବା ପରେ ପାଇଲଟ କହିଛନ୍ତି, ଆଗକୁ ମଧ୍ୟ ଏହି ଦୁର୍ନୀତି ବିରୋଧୀ ଲଢ଼େଇ ଜାରି ରହିବ । ପାଇଲଟ କହିଛନ୍ତି, ସୁଖଜିନ୍ଦର ସିଂହ ରନ୍ଧୱା ଗତ କିଛି ଦିନ ତଳେ ରାଜସ୍ଥାନ ପ୍ରଭାରୀ ହେଲେ। କିନ୍ତୁ ପୂର୍ବରୁ ରାଜସ୍ଥାନ ଦାୟିତ୍ବରେ ଥିବା ପ୍ରଭାରୀଙ୍କ ସହ ମୁଁ ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା କରିଥିଲି । ଉକ୍ତ ପ୍ରସଙ୍ଗରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ହୋଇନି । ତେଣୁ ଦୁର୍ନୀତି ବିରୋଧରେ ଆମେ ସ୍ବର ଉତ୍ତୋଳନ କରିବୁ ।

 

Leave A Reply

Your email address will not be published.