ପୁଟିନଙ୍କୁ ନେଇ ଆସିଲା ବଡ଼ ଖବର: କ’ଣ ଜାଣନ୍ତୁ?

0

ନୂଆଦିଲ୍ଲୀ (ଆମ ଟିଭି): ଋଷ-ୟୁକ୍ରେନ୍ ଯୁଦ୍ଧ ଦୀର୍ଘ ବର୍ଷ ଧରି ଜାରି ରହିଥିବା ବେଳେ ଏହା ଥମିବାର ନାଁ ନେଉନାହିଁ । ଏହାରି ଭିତରେ ପୁଟିନଙ୍କୁ ନେଇ ଆସିଛି ବଡ଼ ଖବର । ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ପୁଟିନ୍ । ତାଙ୍କୁ ସ୍ପଷ୍ଟ ଦେଖାଯାଉନଥିବା ବେଳେ ସେ ଏବେ ସ୍ୱାଦ ମଧ୍ୟ ବାରି ପାରୁନାହାନ୍ତି । ପୁଟିନଙ୍କ ଅସୁସ୍ଥତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଡାକ୍ତର । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା ସବୁବେଳେ ଖବରର ଶିରୋନାମା ପାଲଟିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅନେକ ଆନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏବେ ତାଙ୍କ ଡାହାଣ ହାତ ଓ ଗୋଡ ଅକାମୀ ହେବାକୁ ବସିଛି ।

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଧ୍ୟାନ ସହ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ହେଲେ ପୁଟିନ୍ ଏପରି କରିବାକୁ ମନା କରିବା ସହ ଯୁଦ୍ଧ ସମ୍ପର୍କରେ ଟିକିନିଖି ଖବର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଫେବୃୟାରୀରେ ପୁଟିନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ଗୋଡ ଅସ୍ୱାଭାବିକ୍ ଭାବେ ଥରୁଥିବା ଦେଖିବାକୁ ମିଳିଥିଲା । ପୁଟିନ୍ କ୍ୟାନସର ସହ ମସ୍ତିଷ୍କ ଜନିତ ରୋଗରେ ଆକ୍ରାନ୍ତ ଥିବା ନେଇ ସ୍ପେନ୍ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲା ।

Leave A Reply

Your email address will not be published.