ଆନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ
ଲିସବନ୍:ଆନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ଘୋଷଣା କରିଛନ୍ତି ପର୍ତ୍ତୁଗାଲର ମହାନ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ। ଏଥିସହିତ ପର୍ତ୍ତୁଗାଲ୍ ଜାତୀୟ ଦଳ ସହ ତାଙ୍କର ୨୩ ବର୍ଷର ସ୍ମରଣୀୟ ଯାତ୍ରାର ଅନ୍ତ ଘଟିଛି। ୪୧ ବର୍ଷୀୟ ଏହି ଫୁଟବଲ୍ ସୁପରଷ୍ଟାର ଗୁରୁବାର ସୋସିଆଲ୍ ମିଡିଆରେ ଏକ ଭାବପ୍ରବଣ ଭିଡିଓ ବାର୍ତ୍ତା ଜରିଆରେ ନିଜର ଅବସର ନିଷ୍ପତ୍ତି ସ୍ପଷ୍ଟ କରିଛନ୍ତି।
ପର୍ତ୍ତୁଗାଲ୍ ପାଇଁ ରୋନାଲ୍ଡୋଙ୍କ ଅବଦାନ ଅତୁଳନୀୟ। ସେ ଦେଶ ପାଇଁ ୨୩୪ଟି ମ୍ୟାଚ୍ ଖେଳି ୧୪୬ଟି ଗୋଲ୍ ସ୍କୋର କରିଛନ୍ତି। ଏଥିସହ ସେ ପୁରୁଷ ଆନ୍ତର୍ଜାତୀୟ ଫୁଟବଲ୍ରେ ସର୍ବାଧିକ ମ୍ୟାଚ୍ ଖେଳିବା ଓ ସର୍ବାଧିକ ଗୋଲ୍ ସ୍କୋର କରିବାର ରେକର୍ଡ ନିଜ ନାମରେ କରିଛନ୍ତି।ତାଙ୍କ ନେତୃତ୍ୱ ଓ ଅସାଧାରଣ ଖେଳ ପ୍ରଦର୍ଶନ ବଳରେ ପର୍ତ୍ତୁଗାଲ୍ ୨୦୧୬ରେ ପ୍ରଥମ ଥର ପାଇଁ UEFA ୟୁରୋପିଆନ୍ ଚାମ୍ପିୟନସିପ୍ ଟାଇଟଲ୍ ହାସଲ କରିଥିଲା। ଏହା ସହ ୨୦୧୯ ଓ ୨୦୨୫ରେ UEFA ନେସନ୍ସ ଲିଗ୍ ଟ୍ରଫି ଜିତି ଦଳ ଇତିହାସ ରଚିଥିଲା।