ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ୨୦୨୩ ବର୍ଷ ଉଭୟ ଭାରତ-ଆମେରିକା ସମ୍ପର୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ହେବ ବୋଲି ବାଇଡେନ୍ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆ ପାଇଁ ଆମେରିକାର ଜଣେ ସହଯୋଗୀ ବିଦେଶ ସଚିବ କହିଛନ୍ତି, ଭାରତ-ଆମେରିକା ସଂପର୍କ ଅତି ସୁଦୃଢ଼ ଏବଂ ଏହା ଏକ ନୂତନ ପର୍ଯ୍ୟୟ ଦେଇ ଗତି କରୁଛି। ଏହି ବର୍ଷ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି।
ଆମେରିକା ଏପିଇସି ଅଧ୍ୟକ୍ଷତା କରୁଛି ଏବଂ ଜାପାନ ଜି୭ ଅଧ୍ୟକ୍ଷତା କରୁଛି। କ୍ବାଡ୍ ସଦସ୍ୟମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନେଇଛନ୍ତି। ତେଣୁ ସମସ୍ତ ରାଷ୍ଟ୍ର ଏକାଠି ହେବାପାଇଁ ଏହା ଏକ ବିଶାଳ ସୁଯୋଗ ପ୍ରଦାନ କରୁଛି। ତେବେ ଜି-୨୦ ସମ୍ମିଳନୀର ଏକ ଅଂଶ ଭାବେ ବାଇଡେନ ପ୍ରଥମ ଥର ପାଇଁ ଆସନ୍ତା ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବେ। ପୂର୍ବରୁ ଆମରେିକାର ଅନ୍ୟ ବରିଷ୍ଠ ନେତା ଜି-୨୦ ବୈଠକ ପାଇଁ ଭାରତ ଆସି ସାରିଛନ୍ତି।