ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ପରଲୋକ, ୭୫ ବର୍ଷରେ ଦେହାନ୍ତ

0

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ପରଲୋକ । ପ୍ରଖ୍ୟାତ ଭାରତୀୟ ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ପରୋପକାରୀ ବ୍ୟକ୍ତି ଥିଲେ ନାନା ପାଟେକର । ୭୫ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ଗୋଆର ଦୋନା ପାଉଲାସ୍ଥିତ ନିଜ ବାସଭବନରେ ସେ ଅଚେତ ଅବସ୍ଥାରେ ମିଳିଥିଲେ । ଡାକ୍ତରଖାନା ନେବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ନିଜର ଶକ୍ତିଶାଳୀ ଅଭିନେତ୍ରୀ ଶୈଳୀ ଓ ସଂଳାପ ପରିବେଷଣ ପାଇଁ ଜଣାଶୁଣା ନାନା ପାଟେକର ହିନ୍ଦୀ ଏବଂ ମରାଠୀ ସିନେମା ଜଗତରେ ଏକ ଅଭୁଲା ଛାପ ଛାଡି ଯାଇଛନ୍ତି । ୧୯୭୮ରେ ଗମନ ଚଳଚ୍ଚିତ୍ରରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

୪ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟର ମଧ୍ୟରେ ସେ ଫିଲ୍ମଫେୟାର୍ ପୁରସ୍କାର ଇତିହାସରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଏବଂ ଶ୍ରେଷ୍ଠ ଖଳନାୟକ – ଏହି ତିନୋଟିଯାକ ବର୍ଗରେ ପୁରସ୍କାର ଜିତିବାରେ ସେ ଏକମାତ୍ର ଭାରତୀୟ ଅଭିନେତା । ୧୯୮୯ରେ ପରିନ୍ଦା ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। କ୍ରାନ୍ତିବୀର, ଏବଂ ଅଗ୍ନି ସାକ୍ଷୀ ଚଳଚ୍ଚିତ୍ରରେ ଦମଦାର ଅଭିନୟ ପାଇଁ ୩ ଥର ଜାତୀୟ ପୁରସ୍କାର ଲାଭ କରିଥିଲେ । ତାଙ୍କର କିଛି ଅବିସ୍ମରଣୀୟ ଫିଲ୍ମଗୁଡ଼ିକ ମଧ୍ୟରେ ପ୍ରହାର , ଯାହାର ନିର୍ଦ୍ଦେଶନା ସେ ନିଜେ କରିଥିଲେ । ଅବ ତକ ଛପନ, ୱେଲକମ , ରାଜନୀତି , ଏବଂ ନଟସମ୍ରାଟ ଅନ୍ୟତମ । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.