ଧରାପଡ଼ିଲା ଛତିଶଗଡ଼ର ଚାଲାକି: ଖୋଲିଲା କଲମା ବ୍ୟାରେଜର ୨୦ଟି ଗେଟ୍

0

ନୂଆଦିଲ୍ଲୀ(ଆମ ଟିଭି): ମହାନଦୀ ଟ୍ରିବ୍ୟୁନାଲ ଛତିଶଗଡ଼ ଗସ୍ତ ପୂର୍ବରୁ ବେଶ୍ ଚାଲାକି ଦେଖାଉଛନ୍ତି ଛତିଶଗଡ଼ ସରକାର । ସତ ଲୁଚାଇବା ପାଇଁ ଛତିଶଗଡ଼ର କଲମା ବ୍ୟାରେଜରୁ ୨୦ଟି ଗେଟ୍ ଖୋଲିଛି । ପୂର୍ବରୁ କଲମାର ୧୭ଟି ଗେଟ ଖୋଲିଥିବା ବେଳେ ଏବେ ଆହୁରି ୩ଟି ଗେଟ୍ ଖୋଲାଯାଇଛି । ଫଳରେ ଏବେ ୨୦ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ପାଣି ଛାଡ଼ିବା ପରେ ପୁଣିଥରେ ପଦାରେ ପଡ଼ିଯାଇଛି ଛତିଶଗଡ଼ର ସତ । କଲମା ବ୍ୟାରେଜରୁ ପାଣି ଛାଡ଼ିବା ପରେ ତଳମୁଣ୍ଡରେ ଜଳ ନିଷ୍କାସନ ପରିମାଣ ବଢ଼ିଥିବା ଦେଖିବାକୁ ମିଳିଛି । ଏମିତିକି ହୀରାକୁଦ ନଦୀବନ୍ଧକୁ ମଧ୍ୟ ଜଳପ୍ରବେଶର ପରିମାଣ ବଢ଼ିଛି । ନଜର ପକାନ୍ତୁ, ଗତ ୬ ଦିନ ଭିତରେ କେମିତି ଇନଫ୍ଲୋ ୱାଟରର ପରିମାଣ ବଢ଼ି ବଢ଼ି ଚାଲିଛି ।

କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଛତିଶଗଡ଼ ସରକାର ୨୦ଟି ଗେଟ୍ ଖୋଲି ଦେଇଥିବା ସୂଚନା ମିଳିଛି । ଫଳରେ ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି । କଲମା ବ୍ୟାରେଜର ୬୬ଟି ଗେଟ୍ ରହିଛି ।

 

Leave A Reply

Your email address will not be published.