କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ: ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୁଳି

0

ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ଵର୍ଣ୍ଣ ପଦକ ମିଳିଛି। ଭାରତୀୟ କ୍ରିକେଟ ଦଳ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛି। ପାକିସ୍ତାନକୁ ଭାରତ ୧୯ ରନରେ ପରାସ୍ତ କରିଛି। ପୁରୁଷ କ୍ରିକେଟ ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପାକିସ୍ତାନକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ହସନ ନୱାଜ ଥରେ ଭାରତୀୟ ପ୍ରଶଂସକଙ୍କ ନିଶ୍ୱାସ ଅଟକାଇଦେଇଥିଲେ। କିନ୍ତୁ ଜସପ୍ରିତ ବୁମରାହଙ୍କ ୧୯ ତମ ଓଭର, ଯେଉଁଥିରେ ସେ ୧୧ ରନ ଦେଇଥିଲେ, ତାହା ସବୁଠାରୁ ବଡ଼ ବ୍ୟବଧାନ ସୃଷ୍ଟି କରିଥିଲା। ଏହା ଏସୀୟ କ୍ରୀଡ଼ାରେ ଭାରତର ୧୯ ତମ ସ୍ୱର୍ଣ୍ଣ ପଦକ।

ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୧୧ ରନ କରିଥିଲା। ଅଭିଷେକ ଶର୍ମା ୬୮ ରନ କରିଥିଲେ ଏବଂ ତିଲକ ବର୍ମା ମଧ୍ୟ ୫୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ପାକିସ୍ତାନ ପାଇଁ ହସନ ନୱାଜ ଶେଷ ଓଭର ପର୍ଯ୍ୟନ୍ତ ଲଢ଼ିଥିଲେ। କିନ୍ତୁ ତାଙ୍କର ୯୬ ରନର ଇନିଂସ ପାକିସ୍ତାନକୁ ସଫଳତାର ସ୍ଵାଦ ଚଖାଇପାରିନଥିଲା।

Leave A Reply

Your email address will not be published.