ରତ୍ନଭଣ୍ଡାର ଚାବିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ

0

ଭୁବନେଶ୍ୱର (ଆମ ଟିଭି): ପୁଣି ଉଠିଲା ମହାପ୍ରଭୁଙ୍କ ରତଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାରକୁ ନେଇ ରାଜନୀତି ପୁଣି ଉଷ୍ମ ହୋଇଛି । ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତାମ୍ବର ଆଚାର୍ୟ୍ୟ । କହିଛନ୍ତି ରତ୍ନଭଣ୍ଡାର ଲୁଟ ହେବା କଥା ସତ । ପ୍ରଶାସନକୁ ପ୍ରଶ୍ନ ପଚାରି ସିଧା ପଚାରି କହିଛନ୍ତି କୁଆଡ଼େ ଗଲା ରତ୍ନଭଣ୍ଡାରର ଚାବି । ମିିଳିଥିବା ଡୁପ୍ଲିକେଟ୍ ଚାବି ରତ୍ନଭଣ୍ଡାରର କି ନୁହେଁ ସ୍ପଷ୍ଟୀକରଣ ରଖନ୍ତୁ ସରକାର ।

ଜଷ୍ଟିସ ରଘୁବୀର ଦାସ କମିଟିର ରିପୋର୍ଟ । ବିଧାନସଭାରେ ଉପସ୍ଥାପନ ସହ ତାଙ୍କ ସୁପାରିସ ଉପରେ କଣ ଆକ୍ସନ ନିଆଯାଇଛି ତାକୁ ସାର୍ବଜନୀନ କରିବାକୁ ଦାବି କରିଛି ବିଜେପି । ଏଏସଆଇ ହାଇକୋର୍ଟରେ କହିଛନ୍ତି ରତ୍ନଭଣ୍ଡାର ଅସୁରକ୍ଷିତ ଅଛି । ତେଣୁ ରତ୍ନଭଣ୍ଡାର ମରାମତି କାର୍ୟ୍ୟ ଏଏସଆଇକୁ ସରକାର ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।

Leave A Reply

Your email address will not be published.