ନୂଆଦିଲ୍ଲୀ (ଆମ ଟିଭି): ପଶ୍ଚିମବଙ୍ଗରେ ପଶିବ ଏନଆଇଏ । ପଶ୍ଚିମବଙ୍ଗ ରାମନବମୀ ହିଂସାର ଯାଞ୍ଚ କରିବ କେନ୍ଦ୍ରୀୟ ସଂସ୍ଥା ଏନଆଇଏ । ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଟେକା ପଥର ମାଡ଼ ସହ ଅନେକ ଗାଡ଼ି ପୋଡ଼ି ହୋଇଥିବା ବେଳେ ଅନେକ ଦୋକାନ ମଧ୍ୟ ନଷ୍ଟ ହୋଇଥିଲା ।
ଆଜି କୋଲକାତା ହାଇକୋର୍ଟ ଆଜି ମାମଲାର ଶୁଣାଣି କରି ଏନଆଇଏ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାମନବମୀରେ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ଉସୁକାଇବା ପାଇଁ ଅନୁମତି ନଥିବା ସତ୍ତ୍ବେ ସେହି ରାସ୍ତା ଦେଇ ଶୋଭାଯାତ୍ରା ନିଆଯାଇଥିଲା ବୋଲି ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ।