ପରଲୋକରେ ଲୋକପ୍ରିୟ ତାମିଲ ଅଭିନେତା ମନୋବାଲା

0

ଚେନ୍ନାଇ: ପରଲୋକରେ ଲୋକପ୍ରିୟ ତାମିଲ ଅଭିନେତା-ନିର୍ଦ୍ଦେଶକ ମନୋବାଲା। ଚେନ୍ନାଇରେ ତାମିଲ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମନୋବାଲା ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ଜଣାଯାଇଛି। ତାଙ୍କ ମୃତ୍ୟୁ ଖବରକୁ ଅଭିନେତା-ନିର୍ଦ୍ଦେଶକ ଜିଏମ କୁମାର ଟ୍ୱିଟରରେ ନିଶ୍ଚିତ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ମନୋବାଲା ସାରଙ୍କର ଦେହାନ୍ତ ହୋଇଛି।

ସିନେମା ଏକ୍ସପ୍ରେସ ଅନୁଯାୟୀ ମନୋବାଲାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମନୋବାଲା ପତ୍ନୀ ଉଷା ଏବଂ ପୁଅ ହରିଶଙ୍କ ସହ ରହୁଥିଲେ ବୋଲି ଜଣାପଡ଼ିଛି।ଏହି ଖବର ସାମ୍ନାକୁ ଆସିବା ପରେ ତାମିଲ ଇଣ୍ଡଷ୍ଟ୍ରିର ଅନେକ କଳାକାର ଓ ତାଙ୍କ ପ୍ରଶଂସକ ଟ୍ବିଟ କରି ଶୋକପ୍ରକାଶ କରିଥିବା ଦେଖାଯାଇଛି।

Leave A Reply

Your email address will not be published.