ପେଟ୍ରୋଲ ବଦଳରେ ଇଥାନଲ୍‌ ! E100 ଇନ୍ଧନ ପାଇଁ ରାସ୍ତା ଖୋଲିଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଗାଡ଼ି ପାଇଁ ନୂଆ ନିୟମ । ଦେଶରେ ଗାଡ଼ିରେ ବ୍ୟବହାର ହେଉଥିବା ଇନ୍ଧନକୁ ନେଇ ବଡ଼ ନିଷ୍ପତ୍ତି । କେନ୍ଦ୍ର ସରକାର ମୋଟର ଯାନ ନିୟମରେ ପରିବର୍ତ୍ତନ କରି E100 ଇନ୍ଧନରେ ଚାଲିପାରୁଥିବା ଗାଡ଼ି ପାଇଁ ବାଟ ଖୋଲିଛନ୍ତି । ଅର୍ଥାତ୍ E100 ପାଇଁ ତିଆରି ହୋଇଥିବା ଗାଡ଼ି ଭାରତୀୟ ରାସ୍ତାରେ ଚଳାଚଳ କରିପାରିବ ।

ଏହି ନୂଆ ନିୟମରେ ଗାଡ଼ି ଚାଳକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କତା ମଧ୍ୟ ରହିଛି । E20 ପାଇଁ ତିଆରି ହୋଇଥିବା ସାଧାରଣ ଗାଡ଼ିରେ E85 କିମ୍ବା E100 ଇନ୍ଧନ ପକାଇହେବ ନାହିଁ । ‘E’ର ଅର୍ଥ ହେଉଛି ଇଥାନଲ୍ । ଏହା ଆଖୁ, ମକା ଓ ଅନ୍ୟାନ୍ୟ କୃଷିଜାତ ଉତ୍ପାଦରୁ ପ୍ରସ୍ତୁତ ହୋଇପାରୁଥିବା ଏକ ପ୍ରକାର ଇନ୍ଧନ । ନୂଆ ନିୟମରେ ଅନୁସାରେ ଯେଉଁ ଗାଡ଼ି କେବଳ E20 ଇନ୍ଧନ ପାଇଁ ତିଆରି ହୋଇଛି । ସେଥିରେ E85 କିମ୍ବା E100 ବ୍ୟବହାର କରାଯିବ ନାହିଁ । E20 ଠାରୁ ଅଧିକ ଇଥାନଲ୍ ଥିବା ଇନ୍ଧନ ବ୍ୟବହାର ପାଇଁ ଫ୍ଲେକ୍ସ-ଫୁଏଲ୍ ଗାଡ଼ି ଆବଶ୍ୟକ । ଏହି ପ୍ରକାର ଗାଡ଼ି ଭିନ୍ନ ଭିନ୍ନ ଅନୁପାତରେ ପେଟ୍ରୋଲ୍ ଓ ଇଥାନଲ୍ ମିଶ୍ରିତ ଇନ୍ଧନରେ ଚାଲିବା ପାଇଁ ତିଆରି ହୋଇଥାଏ ।

ଭୁଲ୍ ଇନ୍ଧନ ବ୍ୟବହାର କଲେ ଇଞ୍ଜିନର କାର୍ଯ୍ୟକ୍ଷମତା ପ୍ରଭାବିତ ହେବା ସହ ଗାଡ଼ିର କେତେକ ଯନ୍ତ୍ରାଂଶ କ୍ଷତିଗ୍ରସ୍ତ ହୋଇପାରେ । ତେଣୁ ଗାଡ଼ିର ମାନୁଆଲ୍ ଓ କମ୍ପାନୀର ନିର୍ଦ୍ଦେଶ ଅନୁସାରେ ଇନ୍ଧନ ବ୍ୟବହାର କରିବା ଜରୁରୀ । ସରକାରଙ୍କ ଏହି ପଦକ୍ଷେପ ଦେଶରେ ଇଥାନଲ୍ ଭିତ୍ତିକ ଇନ୍ଧନ ଓ ଫ୍ଲେକ୍ସ-ଫୁଏଲ୍ ଗାଡ଼ିର ବ୍ୟବହାର ବଢ଼ାଇବାରେ ସହାୟକ ହୋଇପାରେ । ଏହାଦ୍ୱାରା ପେଟ୍ରୋଲ୍ ଉପରେ ନିର୍ଭରଶୀଳତା କମାଇବାର ସୁଯୋଗ ମଧ୍ୟ ସୃଷ୍ଟି ହେବ ।

Leave A Reply

Your email address will not be published.