ମନୀଷ ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ ଦାଖଲ ଇଡି

0

ନୂଆଦିଲ୍ଲୀ୍‌: ଦିଲ୍ଲୀ ଏକ୍ସାଇଜ୍‌ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ମନୀଷସିସୋଦିଆଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଛି । ଏଥିରେ ଇଡି ଆମ୍‌ ଆଦମୀ ପାର୍ଟି (ଏଏପି) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି । ଏକ୍ସାଇଜ୍‌ ପଲିସି ମାମଲାରେ ମନୀଷ ସିସୋଦିଆ ହେଉଛନ୍ତି ୨୯ ତମ ଅଭିଯୁକ୍ତ ।

ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟରେ ମନୀଷ ସିସୋଡିଆଙ୍କ ବିରୋଧରେ ଇଡି ପ୍ରାୟ ୨୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି । ସିବିଆଇ ମଧ୍ୟ ତାଙ୍କ ବିରୋଧରେ ଏକ୍ସାଇଜ୍‌ ପଲିସିରେ ଏକ ଚାର୍ଜସିଟ୍‌ ଦାଖଲ କରିଛି । ଇଡି ମାର୍ଚ୍ଚ ୯ ରେ ସିସୋଦିଆକୁ ଏକ୍ସାଇଜ୍‌ ପଲିସି ମାମଲାରେ ଗିରଫ କରିଥିଲା । ଏହାପୂର୍ବରୁ ଦୀର୍ଘ ଦିନ ଧରି ପଚରାଉଚରା ପରେ ସିବିଆଇ ତାଙ୍କୁ ୨୬ ଫେବୃଆରୀରେ ଗିରଫ କରିଥିଲା ।

ସିସୋଦିଆଙ୍କୁ ଇଡି ଗିରଫ ମାମଲାରେ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନ ଗୁରୁବାର (ମେ ୨ ୪) ରେ ଶୁଣାଣି ହୋଇଥିଲା । ଏହି ସମୟ ମଧ୍ୟରେ କୋର୍ଟ ଇଡିଙ୍କୁ ନୋଟିସ ଜାରି କରି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ ୧୧ ତାରିଖ ସ୍ଥିର କରିଥିଲେ ।

Leave A Reply

Your email address will not be published.