ଟିମ୍ ଇଣ୍ଡିଆକୂ ବଡ଼ ଝଟକା: ଜାଣନ୍ତୁ କାହିଁକି?

0

ନୂଆଦିଲ୍ଲୀ (ଆମ ଟିଭି): ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଆହତ ହୋଇ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବାଦ୍ ପଡିଛନ୍ତି । ତେବେ ଏନେଇ ନିଜେ କେ ଏଲ ରାହୁଲ ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି ସୂଚନା ଦେଇଥିବାବେଳେ, ଆସନ୍ତା ଜୁନ୍ ୭ ତାରିଖ ଫାଇନାଲ ମ୍ୟାଚରେ ସେ ଦଳ ସହ ରହିପାରିବେନି ବୋଲି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ତେବେ ରାହୁଲ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବାଦ୍ ପଡିବା ପରେ ତାଙ୍କ ବଦଳରେ କେଉଁ ଖେଳାଳି ଦଳରେ ସ୍ଥାନ ପାଇବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ ଆଇପିଏଲରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଦଳର କ୍ୟାପଟେନ୍ ରହିଥିଲେ । ଗତ ବାଙ୍ଗାଲୋର-ଲକ୍ଷ୍ନୌ ମ୍ୟାଚ୍ ବେଳେ ଗୋଟିଏ ଚୌକାକୁ ରୋକିବାକୁ ଯାଇ ସେ ଆହତ ହୋଇଥିଲେ । ତେବେ ଆହତ ହୋଇ ସେ ମ୍ୟାଚର ଅଧାରୁ ଡ୍ରେସିଂ ରୁମ୍ ଚାଲିଯାଇଥିବାବେଳେ, ସ୍କାନିଂ ପରେ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ବାଦ୍ ପଡିବା ନେଇ ସୂଚନା ମିଳିଥିଲା ।

ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରି ରାହୁଲ ଲେଖିଛନ୍ତି – ଆହତ ହେଲା ପରେ ମେଡିକାଲ ଟିମ୍ ତାଙ୍କ ଡାହାଣ ଜଂଘର ସର୍ଜରୀ ପାଇଁ ପରାମର୍ଶ ଦେଇଛନ୍ତି । ଏହି ସର୍ଜରୀ ହେବା ପାଇଁ ତାଙ୍କୁ କିଛି ଦିନ ସମୟ ଲାଗିବ । ତେବେ ବର୍ତମାନ ସମୟରେ ଏହି ଆହତ ଅବସ୍ଥାରୁ ନିଜକୁ ମୁକୁଳାଇବା ସହ ଫିଟ୍ ହେଇ ଟିମ୍ ଇଣ୍ଡିଆ ପାଇଁ ଖେଳିବା ତାଙ୍କର ଫୋକସ୍ ବୋଲି କେ ଏଲ ରାହୁଲ ଏହି ପୋଷ୍ଟରେ ଲେଖିଛନ୍ତି । ତେବେ ଆଇପିଏଲ୍ ସହିତ ସେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲକୁ ମଧ୍ୟ ମିସ୍ କରିବେ ବୋଲି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ ଲେଖି ସୂଚନା ଦେଇଛନ୍ତି କେ ଏଳ ରାହୁଲ ।

Leave A Reply

Your email address will not be published.