ଦ କେରଳ ଷ୍ଟୋରୀ: ବ୍ୟାନ୍ କଲେ ମମତା, ଟ୍ୟାକ୍ସ ଫ୍ରି କଲେ ଯୋଗୀ

0

ନୂଆଦିଲ୍ଲୀ (ଆମ ଟିଭି): ଦ କେରଳ ଷ୍ଟୋରୀକୁ ନେଇ ଏବେ ସବୁଠି ଦେଖିବାକୁ ମିଳୁଛି ହଲଚଲ । କେଉଁଠି ବିରୋଧ ତ ଆଉ କେଉଁଠି ସ୍ୱାଗତ । ମଧ୍ୟପ୍ରଦେଶ ପରେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ଦ କେରଳ ଷ୍ଟୋରୀକୁ ଟିକସମୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଫିଲ୍ମକୁ ଟିକସମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ନିଜେ ଯୋଗୀ ଆଦିତ୍ୟନାଥ ଏହି ଫିଲ୍ମ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଦେଖିବେ । ଏହାପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିଲେ । ସେତେବେଳେ ଶିବରାଜ କହିଥିଲେ, ଏହି ଫିଲ୍ମ ଆତଙ୍କବାଦୀଙ୍କ ଭୟାବହ ସତକୁ ଉଜାଗର କରୁଥିବା ଫିଲ୍ମ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଏହି ଫିଲ୍ମକୁ ବିହାରରେ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରିଛନ୍ତି । ଉତ୍ତରପ୍ରଦେଶ ଭଳି ବିହାରରେ ଏହି ଫିଲ୍ମକୁ ଟିକସ ମୁକ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି ଗିରିରାଜ ।

ଗୋଟିଏ ପଟେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଫିଲ୍ମକୁ ଟିକସମୁକ୍ତ କରାଯାଇଥିବା ବେଳେ ପଶ୍ଚିମବଙ୍ଗରେ ଫିଲ୍ମକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରାଯାଇଛି । ପଶ୍ଚିମବଙ୍ଗର ସମସ୍ତ ସିନେମା ହଲରୁ ଏହି ଫିଲ୍ମ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଶାନ୍ତି ବଜାୟ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । କେବଳ ଏତିକି ନୁହେଁ ବିଜେପି ଉପରେ ବଡ ଅଭିଯୋଗ ମଧ୍ୟ ଆଣିଛନ୍ତି ମମତା ବାନାର୍ଜୀ ।

 

Leave A Reply

Your email address will not be published.