ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ ସୁଦୃଶ୍ୟ ଲଘୁଚାପ

0

ଭୁବନେଶ୍ୱର (ଆମ ଟିଭି): ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ସବୁଠି ସତର୍କତା ଓ ତତ୍ପରତା ଦେଖିବାକୁ ମିଳୁଛି । ଏହାରି ଭିତରେ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଭୋର ୫ଟା ୩୦ରେ ସୁଦୃଶ୍ୟ ଲଘୁଚାପର ରୂପ ନେଇଛି । ସନ୍ଧ୍ୟା ସୁଦ୍ଧା ଏହା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବ । ଧୀରେ ଧୀରେ ବଳ ଗୋଟାଇ ଏହା ବାତ୍ୟାର ରୂପ ନେବ । ୧୨ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଆଡକୁ ଗତି କରିବ ।

ପରେ ଏହା ଧୀରେ ଧୀରେ ରିକର୍ଭ କରି ଉତର ଏବଂ ଉତ୍ତର-ପଶ୍ଚିମ ବାଙ୍ଗାଲାଦେଶ ଓ ମିଆଁମାର ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଓଡ଼ିଶା ଉପରେ ଏହାର ଏତେଟା ପ୍ରଭାବ ପଡ଼ିନପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.