୧୪ରେ ଉପକୂଳ ଛୁଇଁବ ବାତ୍ୟା ସତର୍କ କରାଇଲା ପାଣିପାଗ ବିଭାଗ

0

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟାରେ ବାତ୍ୟା ରୂପ ନେଇପାରେ। କ୍ରମଶଃ ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅତି ଭୀଷଣ ବାତ୍ୟାରେ ପରିଣତ ପରେ ରିକର୍ଭ କରି ଗତି କରିପାରେ। ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ। ୧୪ ପୂର୍ବାହ୍ନରେ କୋକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ଏବେ ଅବପାତ ପୋର୍ଟ ବ୍ଲେୟାର ଠାରୁ ୫୧୦ କି.ମି. ଦୂର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି। ୧୨ ଓ ୧୩ ତାରିଖରେ ବାତ୍ୟା ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.