ଝାରସୁଗୁଡ଼ା (ଆମ ଟିଭି): ଆଜି ସରିଲା ମତଦାନ ଆସନ୍ତା ୧୩ ତାରିଖରେ ହେବ ଭୋଟ ଗଣତି । ଆଉ ଏହିଦିନ ଜଣାପଡ଼ିବ କାହା ସପକ୍ଷରେ ଜନତାଙ୍କ ରାୟ । ଶାନ୍ତି ଶୃଙ୍ଖଳା ସହ ମତାଦାନ ହୋଇଛି । ତିନି ପ୍ରମୁଖ ରାଜନୈତିକ ଦଳ ସହ ମୋଟ୍ ୯ ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଝାରସୁଗୁଡା ବାସୀ ।
ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟିଂ ଚାଲିଥିଲା । ଏଥିପାଇଁ ୨୫୩ଟି ମତଦାନ କେନ୍ଦ୍ର କରାଯାଇଥିଲା । ସାରା ଜିଲ୍ଲାରେ ହୋଇଥିଲା ବ୍ୟାପକ ବ୍ୟବସ୍ଥା ହୋଇଥିଲା । କାହାର ହେବ ଝାରସୁଗୁଡା ? ଉପନିର୍ବାଚନରେ କିଏ ଜିତିବ ବାଜି, କାହାର ହେବ ହାର ? ତାକୁ ହିଁ ଅପେକ୍ଷା ।