କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି

0

ଭୁବନେଶ୍ୱର (ଆମ ଟିଭି): କପିଳେଶ୍ବର ମନ୍ଦିରର ସଂରକ୍ଷଣକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଓ ପରବର୍ତ୍ତୀ ସମୟରେ ଅପରାଜିତା ଷଡ଼ଙ୍ଗୀଙ୍କ ଟୁଇଟ୍ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଅପରାଜିତାଙ୍କ ଠାରୁ ଧର୍ମେନ୍ଦ୍ର କାମ ଶିଖନ୍ତୁ । ସବୁବେଳେ ପ୍ରଚାର ପାଇଁ ବ୍ୟାକୁଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫ତାରିଖ ଦିନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଏଏସଆଇକୁ ଦାୟିତ୍ୱ ଦିଆଯାଇଛି ।

୫ତାରିଖରେ ଏନେଇ ବିଜ୍ଞପ୍ତି ହୋଇଥିଲା କିନ୍ତୁ ୯ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଏଏସଆଇ ରକ୍ଷଣାବେକ୍ଷଣ କରୁ ବୋଲି ଦାବି କରିଥିଲେ । ଏହାକୁ ନେଇ ତାତ୍ସଲ୍ୟ କରିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ବ୍ୟାକୁଳ ନହୋଇ କେମିତି କାମ କରାଯାଏ ତାହା ଅପରାଜିତାଙ୍କ ଠାରୁ ଶିଖନ୍ତୁ ବୋଲି କହିଛନ୍ତି ଲେନିନ ମହାନ୍ତି ।

Leave A Reply

Your email address will not be published.