ମାଓବାଦୀଙ୍କ ଯୋଜନା ପଣ୍ଡ: ବୋମା ନିଷ୍କ୍ରିୟ କଲା ବିଏସଏଫ ଟିମ୍

0

ମାଲକାନଗିରି (ଆମ ଟିଭି): ମାଓବାଦୀଙ୍କ ଚାଲ୍ ଫେଲ । ଯବାନଙ୍କ ଉଦ୍ଦେଶ୍ୟରେ ଖଞ୍ଜା ଯାଇଥିବା ବୋମା ନିଷ୍କ୍ରିୟ କଲା ବିଏସଏଫ ଟିମ୍ । ମାଲକାନଗିରି କାଲିମେଳାର ସୁଧାକୋଣ୍ଟା- ଅମାପଦର ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ବୋମାକୁ ନିଷ୍କ୍ରୀୟ କରାଯାଇଛି । ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମେଟାଲ ଡିଟେକ୍ଟର ସାଇରନକୁ ବୋମା ସମ୍ପର୍କରେ ସୂଚନା ପାଇଥିଲେ ଯବାନ । ଏକ ଗଛ କୋରଡରୁ ତିନି କେଜି ଓଜନର ଷ୍ଟିଲ୍ ଟିଫିନ୍ ବୋମା, ୧୨ଟି ଇଲେକ୍ଟ୍ରିକ୍ ଡିଟୋନେଟର ଓ ୨୦ଫୁଟ ଲମ୍ବର ଇଲେକ୍ଟ୍ରିକ୍ ଫିଉଜ ତାର ଜବତ ହୋଇଛି । ଏହି ଉଦ୍ଧାର ବୋମାକୁ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟ ମାଲକାନଗିରିର ଏକ ସ୍ବତନ୍ତ୍ର ଟିମ୍ ନିଷ୍କ୍ରିୟ କରିଛନ୍ତି ।

ତେବେ ପୂର୍ବରେ ଏହି ଅଞ୍ଚଳ ଗୁଡିକ ମାଓବାଦୀଙ୍କ ଗଡ଼ ରହିଥିବା ବେଳେ। ଏକାଧିକ ସମୟରେ ମାଓ ଉପଦ୍ରବ ରହି ଆସୁଥିଲା।  ଜିଲ୍ଲାରେ ବିଏସଏଫ ବାହିନୀ ଏବଂ ଜିଲ୍ଲା ପୋଲିସଙ୍କ ଉଦ୍ୟମରେ। ଏସବୁ ଅଞ୍ଚଳ ଗୁଡିକ, ଗୋଟିଏ ମାଓ ମୁକ୍ତ ହୋଇଯାଇଛି ବୋଲି ଜଣାପଡ଼ୁଥିଲା। ତେବେ ଦିର୍ଘ ଦିନର ବ୍ୟବଧାନ ପରେ ପୁଣି ଏଭଳି ଆଇଡି ଠାବ ଘଟଣା ସାଧାରଣରେ ଚକିତ କରିଛି।

Leave A Reply

Your email address will not be published.