ଆଜି ମନ୍ତ୍ରୀମଣ୍ଡଳରେ ହୋଇପାରେ ଅଦଳବଦଳ

0

ଭୁବନେଶ୍ୱର (ଆମ ଟିଭି): ପୁଣି ବଢିଲା ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ଆଜି ଓଡିଶା ଫେରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ହରିୟାଣା ଗସ୍ତରେ ଥିବା ରାଜ୍ୟପାଳ ଦିନକ ପାଇଁ ଆସିଛନ୍ତି ଓଡିଶା । ପୁଣି କାଲି ହରିୟାଣା ଫେରିଯାଇ ୨୨ତାରିଖରେ ଓଡିଶା ଆସିବେ । ତେବେ ରାଜ୍ୟପାଳ ଦିନକ ପାଇଁ ଆସୁଥିବାରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି ।
ମନ୍ତ୍ରିମଣ୍ଡଳରେ କିଏ ପାଇବ ସ୍ଥାନ ତାକୁ ନେଇ ବିଜେଡିର ଚାଲିଛି ମାନସ ମନ୍ଥନ । ରେସରେ ଥିବା କିଛି ନେତା ଆଜି ଦୁବାଇରୁ ଫେରୁଥିବା ସୂଚନା ମିଳିଛି । ତେବେ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ବଡ଼ ଧରଣର ରାଜନୈତିକ ହଟଚମଟ ।

Leave A Reply

Your email address will not be published.