ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜାଣନ୍ତୁ କଣ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଜେଲ୍‌ରେ କେହି ବିଳାସରେ ରହିପାରିବେନି କିମ୍ବା ବିଳାସ ପାଇପାରିବେନି। ଜେଲ୍‌ରେ ବିଳାସ ଆଶା କରିବା ଅସମ୍ଭବ ଏବଂ ଅଯଥାର୍ଥ ବୋଲି କୋର୍ଟ କହିଛନ୍ତି। ଏକ ଆର୍ଥିକ ଅନିୟମିତତା ମାମଲାରେ ଅସ୍ଥାାୟୀ ଜାମିନ ଚାହିଥିବା ହର୍ଷ ଦେବ ଠାକୁରଙ୍କ ଆବେଦନର ଶୁଣାଣି କରି ଆଜି ଜଷ୍ଟିସ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ କୋର୍ଟରେ ତାଙ୍କ ମହକିଲଙ୍କୁ ଆଶ୍ବସ୍ତି ଦେବାପାଇଁ ଦାବି କରିଥିଲେ।

ଓକିଲ ଜଣଙ୍କ କହିଥିଲେ ତାଙ୍କ ମହକିଲ ହର୍ଷ ଦେବ ଠାକୁର ଜେଲ୍‌ରେ ବିଳାସରେ ନାହାନ୍ତି। ‌ତେଣୁ ସେ ତାଙ୍କ ମହକିଲଙ୍କ ପାଇଁ ଜାମିନ ଚାହିଥିଲେ। ମାମଲାର ବିଚାରଣା ଶେଷ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାପାଇଁ ଆବେଦନକାରୀ ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ କହିଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିହେବନି।

Leave A Reply

Your email address will not be published.