ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ମାମଲା ; କେଜରିୱାଲଙ୍କ ଆବେଦନ ଖାରଜ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଠପଢା ଡିଗ୍ରୀକୁ ନେଇ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲ ଦାୟର କରିଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ କେଜରିୱାଲଙ୍କ ଉପରେ ନିମ୍ନ ଅଦାଲତ ଲଗାଇ ଥିବା ୨୫ ହଜାର ଟଙ୍କା ଜୋରିମାନାକୁ ବଜାୟ ରଖିଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ଛାତ୍ରଙ୍କ ବ୍ୟକ୍ତିଗତ ସୂଚନାକୁ ବିଶ୍ବବିଦ୍ୟାଳୟ ଦେଇପାରିବ ନାହିଁ, କାରଣ ଏହା ବ୍ୟକ୍ତିଗତ ମାମଲା। ସୂଚନାଯୋଗ୍ୟ ଯେ ୨୦୧୬ରେ କେନ୍ଦ୍ରୀୟ ସୂଚନା କମିସନ (ସିଆଇସି)ଙ୍କୁ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ବଜନୀନ କରିବାକୁ କେଜରିୱାଲ ଦାବି କରିଥିଲେ। ଏ ନେଇ ସେହି ବର୍ଷ ଏପ୍ରିଲରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଓ ଗୁଜରାଟ ବିଶ୍ବବିଦ୍ୟାଳୟକୁ ସିଇସି ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସମ୍ବନ୍ଧିତ ସୂଚନା ଦେବାକୁ ନିର୍ଦେଶ ଦେଇଥିଲେ। ମାତ୍ର ଏହି ନିଷ୍ପତ୍ତି ବିରୋଧରେ ବିଶ୍ବବିଦ୍ୟାଳୟ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ପରେ କୋର୍ଟ ସିଆଇସିଙ୍କ ନିର୍ଦେଶକୁ ଖାରଜ କରି କେଜରିୱାଲଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇ ଥିଲେ। ଏହା ବିରୋଧରେ କେଜରିୱାଲ ଦୁଇ ଜଣିଆ ପୀଠରେ ପୁନର୍ବିଚାର ଆବେଦନ ଦାୟର କରିଥିଲେ। ଆଜି ତାହାର ରାୟ ଆସିଛି।

Leave A Reply

Your email address will not be published.