ରାଜସ୍ଥାନ ସରକାରଙ୍କ ବଡ ଘୋଷଣା, ଏଣିକି ମାଗଣାରେ ମିଳିବ ୧୦୦ ୟୁନିଟ ବିଜୁଳି

0

ନୂଆଦିଲ୍ଲୀ :ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ବୈତରଣୀ ପାର ହେବାକୁ ଅଣ୍ଟା ଭିଡିଲେଣି ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର। ରାଜ୍ୟବାସୀଙ୍କୁ ମାସକୁ ଶହେ, ଦୁଇ ଶହ ୟୁନିଟ ମାଗଣା ବିଜୁଳି ଘୋଷଣା କରି ଆପ୍‌ ଓ କଂଗ୍ରେସ୍‌ ଦିଲ୍ଲୀ ଓ କର୍ଣ୍ଣାଟକାରେ ବହୁମତ ହାସଲ କରିଥିବା ବେଳେ ଏବେ ଏହି ଫର୍ମୂଲା ଧରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଜୁନ୍‌ ୧ରୁ ଘର ପିଛା ଶହେ ୟୁନିଟ୍‌ ଲେଖା ମାଗଣା ବିଦ୍ୟୁତ୍‌ ଦେବାକୁ ସେ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ କୋଟିଏ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତା ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏଥି ବିଲ୍‌ ରାଜ୍ୟ ବଜେଟରେ ପାସ୍‌ ହେବା ପରେ ଆଇନ୍‌ର ପରିଣତ ହେବ । ଏହି ସ୍କିମ ପାଇଁ ଗେହଲଟ ସରକାରଙ୍କୁ ୫,୨୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ରାଜ୍ୟ ସରକାର ପୂର୍ବରୁ ଦେଉଥିବା ସବସିଡିର ପରିମାଣ ୩ଶହ କୋଟିରୁ ୭୫୦ କୋଟି ହୋଇଥିବା ବେଳେ ଏବେ ଯେଉଁ ଫ୍ରି ଦିଆଯିବ ତାକୁ ମିଶାଇଲେ ରାଜ୍ୟ ସରକାରଙ୍କ ଉପରେ ସମୁଦାୟ ୭ ହଜାର କୋଟିର ଅତିରିକ୍ତ ବୋଝ ପଡ଼ିବ ।

ରାଜ୍ୟରେ ସମୁଦାୟ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ୧.୨୪ କୋଟି ରହିଛି। ସେମାନଙ୍କ ମଧ୍ୟରୁ ୧.୦୪ କୋଟି ମାସକୁ ଶହେ ୟୁନିଟ୍‌ରୁ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ କରୁଛନ୍ତି।

ଜଣେ ବ୍ୟକ୍ତି ଗୋଟିଏରୁ ଅଧିକ ବିଦ୍ୟୁତ୍‌ ସଂଯୋଗ ନେବାକୁ ଅନୁମତି ପାଇଥିଲେ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରାଯିବ । ଯଦି ଏକ ପରିବାରର ଅଧିକ ସଂଖ୍ୟକ ବ୍ୟକ୍ତି ନିଜ ଆଧାର କାର୍ଡ ହିସାବରେ ଅଧିକ ସଂଯୋଗ ମାଗନ୍ତି, ତେବେ ସେମାନେ ତାହା ପାଇପାରିବେ ବୋଲି ଜଣେ ଅଧିକାରୀ କହିଛନ୍ତି । ନିଜ ନାମ ପଞ୍ଜୀକୃତ କରି ଉପଭୋକ୍ତା ଏହି ଯୋଜନାର ଲାଭ ଉଠାଇ ପାରିବେ।

Leave A Reply

Your email address will not be published.