ରାହୁଲଙ୍କ ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା

0

ନୂଆଦିଲ୍ଲୀ :ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯଦି ଭଗବାନଙ୍କ ପାଖରେ ବସାଇ ଦିଆଯିବ, ତା’ହେଲେ ତାଙ୍କୁ ମଧ୍ୟ ପୂରା ବ୍ରହ୍ମାଣ୍ଡ ବିଷୟରେ ସେ ବୁଝାଇବା ଆରମ୍ଭ କରିଦେବେ ବୋଲି ରାହୁଲ ଗାନ୍ଧି ତାଚ୍ଛଲ୍ୟ କରି କହିଛନ୍ତି।

୬ ଦିନିଆ ଆମେରିକା ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ସାନ ଫ୍ରାନ୍ସିକୋରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଭାରତରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ଜାଣିଥିବା ଭାବନ୍ତି। ସେଭଳି ଲୋକଙ୍କ ମଧ୍ୟରୁ ଗୋଟିଏ ନମୁନା ହେଲେ ପ୍ରଧାନମନ୍ତ୍ରୀ ମୋଦି।

କଂଗ୍ରେସ ବିଦେଶ ସଂଗଠନ ପକ୍ଷରୁ ଆୟୋଜିତ ମହବତ କି ଦୁକାନ ବା ପ୍ରେମର ଦୋକାନ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି କହିଛନ୍ତି, “କିଛି ଲୋକ ପୂରା ନିଶ୍ଚିତ ହୋଯାଇଛନ୍ତି ସେମାନେ ସବୁ କିଛି ଜାଣିଛନ୍ତି। ସେମାନେ ଐତିହାସିକଙ୍କୁ ଇତିହାସ, ବୈଜ୍ଞାନିକଙ୍କୁ ବିଜ୍ଞାନ ଓ ସେନାକୁ ଯୁଦ୍ଧ ବିଷୟରେ ପାଠପଢ଼ାଇବାକୁ ସକ୍ଷମ ବୋଲି ଭାବନ୍ତି।

ଏ ବିଶ୍ୱ ବହୁତ ବଡ଼। ଜଣେ ବ୍ୟକ୍ତିଙ୍କ ପକ୍ଷରେ ସବୁ କିଛି ଜାଣିବା ବହୁତ କଷ୍ଟ। କିନ୍ତୁ ଭାରତରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଭାବି ନେଇଛନ୍ତି ଯେ ସେମାନେ ସବୁ ବିଷୟରେ ଜାଣିଛନ୍ତି। ସେମାନେ ଭାବନ୍ତି ଯେ ସେମାନେ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ଜାଣିଛନ୍ତି। ସେମାନେ ଭଗବାନଙ୍କ ସହ ବିସପାରିବେ ଓ କ’ଣ ସବୁ ଚାଲିଛି, ସେକଥା ମଧ୍ୟ ବୁଝାଇ ପାରିବେ।

Leave A Reply

Your email address will not be published.