ପ୍ରତି ବ୍ଲକରେ ଗୋଦାମ ନିର୍ମାଣ ହେବ: କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି

0

ନୂଆଦିଲ୍ଲୀ(ଆମ ଟିଭି): କେନ୍ଦ୍ର କ୍ୟାବିନେଟରେ ଆଜି ଏକ ବଡ଼ ନିଷ୍ପତ୍ତି ହୋଇଛି । ଆସି ବସିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଖାଦ୍ୟ ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ କେନ୍ଦ୍ର ସରକାର ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି କ୍ୟାବିନେଟ ବୈଠକରେ ବିଶ୍ୱର ସବୁଠାରୁ ବଡ ଖାଦ୍ୟ ସଂରକ୍ଷଣ ଯୋଜନାକୁ ଅନୁମୋଦନ ମିଳିଛି ।

ଅନୁରାଗ ଠାକୁର କହିଛନ୍ତି କି, ଏବେ ଦେଶରେ ୧୪୫୦ ଲକ୍ଷ ଟନ୍ ଖାଦ୍ୟ ସଂରକ୍ଷଣ କ୍ଷମତା ରହିଛି । ଏବେ ଏହାକୁ ଆଉ ୭୦୦ ଲକ୍ଷ ଟନ୍ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏହା ପରେ ମୋଟ ୨୧୫୦ ଲକ୍ଷ ଟନ୍ ଖାଦ୍ୟ ସଂରକ୍ଷଣ କ୍ଷମତା ରହିବ । ଏନେଇ ଆନୁମାନିକ ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏଥିରେ ପ୍ରତି ବ୍ଲକରେ ୨୦୦୦ଟନ୍ ଖାଦ୍ୟ ସଂରକ୍ଷଣ କରାଯିବା ଭଳି ଗୋଦାମ ନିର୍ମାଣ ହେବ ବୋଲି ଅନୁରାଗ ଠାକୁର କହିଛନ୍ତି । ଅନୁରାଗ ଠାକୁର କହିଛନ୍ତି କି ସାରା ବିଶ୍ୱରେ ଖାଦ୍ୟ ଉତ୍ପାଦନରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ସବୁ ବଡ ବଡ ଖାଦ୍ୟ ଉତ୍ପାଦକ ଦେଶ, ଯେଭଳି ଚୀନ, ଆମେରିକା, ବ୍ରାଜିଲ, ଋଷ, ଆର୍ଜେଣ୍ଟିନା ଭଳି ଦେଶରେ ସେମାନଙ୍କର ବାର୍ଷିକ ଉତ୍ପାଦନ ଠାରୁ ଅଧିକ ସଂରକ୍ଷଣ କ୍ଷମତା ରହିଛି ।

Leave A Reply

Your email address will not be published.