ମୂର୍ଚ୍ଛନାର ୧୯ତମ ବାର୍ଷିକୋତ୍ସକ ଓ ସଂଗୀତ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର(ଆମ ଟିଭି): ସଂଗୀତକାର ଅଭିଜିତ୍ ମଜୁମଦାର ଓ ଗୀତିକାର ଶ୍ରୀମତୀ ଗୀତା ଖୁଣ୍ଟିଆଙ୍କୁ ‘ମୂର୍ଚ୍ଛନା ସମ୍ମାନ-୨୦୨୩’ ଓ ଆଜୀବନ ସାଧନା ପାଇଁ ଶ୍ରୀମତୀ ଗୀତା ପଟ୍ଟନାୟକଙ୍କୁ‘ ଆଜୀବନ ସାଧନା ସମ୍ମାନ-୨୦୨୩’ ପ୍ରଦାନ ଓଡ଼ିଶାର ବିଶିଷ୍ଟ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ଦ୍ଵାରା ପ୍ରତିଷ୍ଠିତ ଭାରତୀୟ ସଂଗୀତ, ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର, ନୃତ୍ୟ ଓ ନାଟକ, ସାଂସ୍କୃତିକ ଅନୁଷ୍ଠାନ ‘ମୂର୍ଚ୍ଛନା’ର ୧୯ତମ ବାର୍ଷିକୋତ୍ସବ ଓ ସଂଗୀତ ଉତ୍ସବ ତା. ୩୧.୦୫,୨୦୨୩ (ବୁଧବାର) ଦିନ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ସାଧନା ପାଇଁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କୁ ‘‘ସଂଗୀତକାର ସମ୍ମାନ-୨୦୨୩’’ ଓ ବିଶିଷ୍ଟ ଗୀତିକାର ଶ୍ରୀମତୀ ଗୀତା ଖୁଣ୍ଟିଆଙ୍କୁ ‘‘ଗୀତିକାର ସମ୍ମାନ-୨୦୨୩’’ ଓ ସଂଗୀତ, ସାହିତ୍ୟ କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଗୀତା ପଟ୍ଟନାୟକଙ୍କୁ ‘‘ଆଜୀବନ ସାଧନା ସମ୍ମାନ- ୨୦୨୩’’ ରେ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ମୂର୍ଚ୍ଛନା ର ମୁଖ୍ୟ ଉପଦେଷ୍ଟା ବୈଷ୍ଣବ ପ୍ରସାଦ ମହାନ୍ତି ମୂର୍ଚ୍ଛନା କାର୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପରେ ପରେ ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଉଦ୍ବୋଧନ ଦେଇଥିଲେ । ମୂର୍ଚ୍ଛନାର ସଂପାଦକ ଅଜୟ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ନିତି ରଂଜନ ସେନ୍, ଅତିରିକ୍ତ ଶାସନ ସଚିବ, ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଭୁବନେଶ୍ଵର ତାଙ୍କ ବକ୍ତବ୍ୟ ଆଲୋକପାତ କରିଥିଲେ ଓ ମୁଖ୍ୟ ଅତିଥି ସଂସ୍କୃତି ଓପର୍ୟ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ପ୍ରତିନିଧି ଭାଵେ ମଧୂସୁଦନ ଦାସ ଅତିରିକ୍ତ ଶାସନ ସଚିବ ଯୋଗଦେଇ ମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତା ପାଠ କରିବାସହ ପୁରସ୍କାର ବିତରଣ କରିଥିଲେ । ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଥିବା ଆଧୁନିକ ନୃତ୍ୟ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସ୍ଵରୂପ ନଗଦ ରାଶି, ଫଳକ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ମୂର୍ଚ୍ଛନା ର ମୂଖପତ୍ର ‘ମୂର୍ଣନା’ ଉନ୍ମୋଚିତ ହୋଇଥିଲା । ପରେ ପରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଜୟଶ୍ରୀ ସାହୁ, ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ୟ୍ୟ, ସତରୂପା, ଶୁଭାଶିଷ ମହାକୁଡ଼ ଓ ଆର୍ୟ୍ୟ ଆଚାର୍ୟ୍ୟ ପ୍ରମୁଖ ଓଡ଼ିଆ ଚଳଚିତ୍ରର ପୁରୁଣା ସୁମଧୁର ଗୀତ ସବୁକୁ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷରେ ଉପସଭାପତି ଶ୍ରୀ ଗୋଲକ ଚରଣ ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କାର୍ୟ୍ୟକ୍ରମକୁ ଉପଭୋଗ କରିଥିଲେ । ମୂର୍ଚ୍ଛନା ର କର୍ମକର୍ତ୍ତା ହେମନ୍ତ ପରମଗୁରୁ, ରବିନ୍ଦ୍ର ମହାନ୍ତି, ତୁଷାରକାନ୍ତି ଚୌଧୁରୀ, ସତରୁପା, ପ୍ରଣୟ ଜେଠୀ, ଦେବେନ୍ଦ୍ର ସାହୁ ଓ ପୁଷ୍ପମିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମକୁ କମଲ କିରଣ ସଂଚାଳନ କରିଥିଲେ ।