ମାଲକାନଗିରି(ଆମ ଟିଭି): ପୁଣି ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମାଲକାନଗିରି ଉପକାରାଗାରରେ ବିଚାରଧୀନ କଏଦୀ ବିଧାନ ମୃଧା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଇଛି । ବିଧାନ ଦିର୍ଘ ଦିନ ହେବ ଏକ ହତ୍ୟା ମାମଲାରେ ୨ୟ ସ୍ତ୍ରୀଙ୍କ ସହିତ ବିଚାରାଧୀନ କଏଦୀ ଭାବରେ ମାଲକାନଗିରି ଉପକାରାଗାରରେ ରହିଥିଲେ। ଅଚାନକ ଆଜି ଆତ୍ମହତ୍ୟା କରିଥିବା ଜେଲ୍ କତୃପକ୍ଷ ସୂଚନା ଦେଇଥିବା ବେଳେ।
ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ନୁହେଁ, ଏହା ଏକ ହତ୍ୟା ମାମଲା ସନ୍ଦେହ କରି ତଦନ୍ତ ଦାବି କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଆମେ ଜେଲ୍ ସୁପାରିଟେଣ୍ଡଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ କୈଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏପଟେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଚର୍ଚ୍ଚା ଚାଲିଛି ।