ଭୁବନେଶ୍ୱର (ଆମ ଟିଭି): ଆସନ୍ତା ୨୪ଘଣ୍ଟାରେ ଅର୍ଥାତ ୧୮ତାରିଖରେ ୧୯ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିପରି ୧୯ ତାରିଖରେ ୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ୨୦ ତାରିଖରେ ୨୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି ।
ଅନ୍ୟପକ୍ଷେ ପଶ୍ଚିମ ଓଡିଶାରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ସମ୍ଭାବନା ରହିଛି । ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ ପରବର୍ତୀ ୨ ଦିନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବା ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।