ଭୁବନେଶ୍ୱର (ଆମ ଟିଭି): ଅପରାଜିତାଙ୍କୁ କାଉଣ୍ଟର କଲା ବିଜେଡି । ଭୁବନେଶ୍ବର ସାଂସଦ ରାଜ୍ୟର ବିକାଶ ଚାହୁଁନାହାନ୍ତି । ବ୍ୟୁରୋକ୍ରାଟିକ ମାଇଣ୍ଡସେଟରୁ ବାହାରିପାରିନାହାନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକଙ୍କୁ ଉତ୍ତମ ସେବା ବିଜେଡିର ଆଭିମୁଖ୍ୟ ବୋଲି କହିଛି ବିଜେଡି । ଆୟୋଜିତ ପ୍ରେସମିଟରେ ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି- ଦୀର୍ଘ ଦିନର ବ୍ୟବଧାନ ପରେ ଭୁବନେଶ୍ବର ସାଂସଦ କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ବିନା ପ୍ରସଙ୍ଗରେ ପ୍ରେସମିଟ କରିଛନ୍ତି ସାଂସଦ । ଚାକିରି ଛାଡି ରାଜନୀତିରେ ଯୋଗଦେବା ପରେ ସେ ସାଜିଛନ୍ତି ପଲିଟିକାଲ ଲେଡି । ଲୋକଙ୍କ ବିକାଶ, ରାଜ୍ୟର ବିକାଶ କ୍ଷେତ୍ରରେ ସରକାରଙ୍କ ଉଦ୍ୟମକୁ ଦେଖି ସାଂସଦ ବିଚଳିତ ହୋଇଯାଇଛନ୍ତି ।
ରାଜ୍ୟ ସରକାରଙ୍କ ଗଭର୍ଣ୍ଣାନ୍ସ ଲୋକଙ୍କ ନିକଟରେ ପହଞ୍ଚିପାରିଛି । ନିଜର ଅପାରଗତା, ଅବହେଳାକୁ ଲୁଚାଇବା ଲାଗି ବିକାଶମୂଳକ କାର୍ୟ୍ୟକୁ ସାଂସଦ ବିରୋଧ କରୁଛନ୍ତି । ପୁରୀ ଓ ଲିଙ୍ଗରାଜ ପ୍ରକଳ୍ପକୁ ନେଇ ହାଇଭୋଲଟେଜ ଡ୍ରାମା କରିଥିଲେ ସାଂସଦ । ବହୁ ଲୋକ ଏହି ଦୁଇ ପ୍ରକଳ୍ପ ଲାଗି ଜମିଦାନ କରିଛନ୍ତି । ହେଲେ ସାଂସଦ ଏହାକୁ ବିରୋଧ କରି ନିଜର ବିକାଶ ବିରୋଧୀ ଆଭିମୁଖ୍ୟକୁ ପଦାରେ ପକାଇଛନ୍ତି ବୋଲି କହିଛନ୍ତି ଶ୍ରୀମୟୀ । ଏପରିକି ସାଂସଦ ପୁରୀକୁ ପଦଯାତ୍ରା କରି ପ୍ରକଳ୍ପକୁ ବିରୋଧ କରିଥିଲେ । ମଡେଲ ରେଲଓ୍ବେ ଷ୍ଟେସନ ନେଇ ବିଜେପି ବହୁ ବାହାସ୍ଫୋଟ ମାରିଥିଲା । ମାତ୍ର ଏହା କଳ୍ପନାରେ କିପରି ସୀମିତ ରହିଗଲା ବୋଲି ପ୍ରଶ୍ନ କରିଛି ବିଜେଡି ।