ବାହାନଗା (ଆମ ଟିଭି): ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ରେଲୱେ ସୋର ସେକ୍ସନ ସିଗ୍ନାଲ ଜେଇ ଅମିର ଖାନ୍ଙ୍କ ଭଡ଼ା ଘର ସିଲ୍ କରାଯାଇଛି । ସୋରଠାରେ ଜେଇଙ୍କ ଏହି ଭଡ଼ା ଘର ରହିଛି । ସିଗ୍ନାଲ ଜେଇଙ୍କ ଘର ସିଲ କରିଛି ସିବିଆଇ । ଦୁର୍ଘଟଣା ପରେ କିଛି ଦିନ ହେଲା ସିଗ୍ନାଲ ଜେଇ ଅନୁପସ୍ଥିତ ଥିବା ବେଳେ ଜିଆରପି ପୁଲିସ ଘରକୁ ଜଗି ବସିଥିଲା । ଏବେ ଜେଇଙ୍କ ପତ୍ତା ମୁଳୁନି ।
ସୂଚନା ଅନୁସାରେ, ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଛି ସିବିଆଇ ଓ ରେଲୱେ ସୁରକ୍ଷା ବୋର୍ଡ । ହେଲେ ଏପର୍ୟ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହି ଘଟଣାକୁ ପୂରିଛି ୧୮ଦିନ ।