ପରିବା ଦର ଆକାଶ ଛୁଆଁ

0

ଭୁବନେଶ୍ୱର (ଆମ ଟିଭି): ପରିବା ଦରରେ ଲାଗିଛି ନିଆଁ । ଆଷାଢ଼ରେ ପରିବାଦର ଆକାଶ ଛୁଆଁ । କିଛି ଦିନ ତଳେ ୪୦ରୁ ୫୦ ଟଙ୍କାରେ ପରିବା ବିକ୍ରି ହେଉଥିବା ବେଳେ ଏବେ ଏହା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭଲ ବାଇଗଣ କିଲୋ ପିଛା ୮୦ଟଙ୍କା ଥିବା ବେଳେ ତା ଠାରୁ ସାମାନ୍ୟ କମମାନର ବାଇଗଣ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଭଲ ପୋଟଳ ଦର ୮୦ ଟଙ୍କା ଥିବା ବେଳେ ସାମାନ୍ୟ କମ୍ ମାନର ପୋଟଳ ୫୦ରୁ ୬୦ ଟଙ୍କାରେ ବିକ୍ରି ହୋଉଛି ।

ସେହିପରି ଟମାଟୋ ଦର କଥା ତ ନକହିବା ଭଲ । ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି ବିଲାତି । ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ଗଛରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଗଛରୁ ଫୁଲ, ଫଳ ମଧ୍ୟ ଝଡ଼ି ପଡ଼ିଛି । ଅନ୍ୟପଟେ ବର୍ଷା ଯୋଗୁଁ ପରିବା ଅମଳ ହୋଇନଥିବାରୁ ବଜାରକୁ ପର୍ୟ୍ୟାପ୍ତ ପରିମାଣର ପରିବା ଆସିପାରିନାହିଁ । ଯାହା ଫଳରେ ପରିବା ବୃଦ୍ଧି ପାଉଥିବା କୁହାଯାଉଛି ।

 

Leave A Reply

Your email address will not be published.