ଭୁବନେଶ୍ୱର (ଆମ ଟିଭି): ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିରୋଧୀ ବେଶ୍ ଆକ୍ରାତ୍ମକ ହୋଇଛନ୍ତି । ଏହାରି ଭିତରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ବିରୋଧୀ ଲିଫଲେଟ୍ ବାଣ୍ଟନ୍ତୁ କି ଘର ଘର ବୁଲନ୍ତୁ । ଲୋକ ଜାଣିଛନ୍ତି ତାଙ୍କ ସୁଖ ଦୁଖରେ ସାଥୀ କିଏ ? ବିକାଶର ସାଥୀ କିଏ ? ନିର୍ବାଚନ ବର୍ଷର ସବୁ ଦଳ ଏଭଳି କାର୍ୟ୍ୟକ୍ରମ କରନ୍ତି । ଏହାର କିଛି ପ୍ରଭାବ ପଡିବନାହିଁ । ବିଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଜନତା ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ରୀବାଦ ଦେଇଛନ୍ତି ଆଗାମୀ ନିର୍ବାଚନରେ ମଧ୍ୟ ଆଶ୍ରୀବାଦ ଦେବେ ।
ସେପଟେ, ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ । କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର ଡେଲିଗେଟ୍ ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଦାୟିତ୍ୱ ଦେଉଛନ୍ତି । ସେହିପରି ସରକାରୀ କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ ।