ଯୋଗୀଙ୍କ ଫ୍ରାନ୍ସରୁ ଆସିଲା ନିମନ୍ତ୍ରଣ ଜାଣନ୍ତୁ କାହିଁକି

0

ପ୍ୟାରିସ: ଗୁଳିକାଣ୍ଡରେ ନାବାଳକ ମୃତ୍ୟୁକୁ ନେଇ ସାରା ଫ୍ରାନ୍ସ ଜଳୁଛି । ୪ ଦିନ ହେଲାଣି ଦେଶରେ ହିଂସା କମୁନି । ସାରା ଦେଶରେ ବିରୋଧ ପ୍ରଦର୍ଶନ ସାଙ୍ଗକୁ ରାସ୍ତା ଅବରୋଧ । ପୋଲିସ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ବାଷ୍ପ ପ୍ରୟୋଗ କରୁଛି, ପାଣି ମାଡ କରୁଛି । ତଥାପି ହିଂସା ଥମୁନି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୬୫ ଜଣଙ୍କୁ ପୋଲିସ ଗିରଫ କରି ନେଲାଣି । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୨୦୦ ପୋଲିସ କର୍ମଚାରୀ ଆହତ ହେଲେଣି ।

ଏପରି ପରିସ୍ଥିତିରେ ଫ୍ରାନ୍ସ ଭାରତର ସାହାଯ୍ୟ ଲୋଡିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫ୍ରାନ୍ସ ପଠାଇବା ପାଇଁ ଅନୁରୋଧ କରିଛି । ୟୁରୋପର ଜଣେ ଡାକ୍ତର ତଥା ପ୍ରଫେସର ଏମ.ଜନ କୈମ ଭାରତ ନିକଟରେ ନିଜର ଅନୁରୋଧ ରଖି କହିଛନ୍ତି, ଯଦି ଫ୍ରାନ୍ସର ଦଙ୍ଗା ସ୍ଥିତିକୁ ମୁକାବିଲା କରିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ପଠାଇବା ଉଚିତ । ସେ ୨୪ ଘଣ୍ଟା ଭିତରେ ସବୁ କିଛି ଠିକ କରିଦେବେ ।

ରାଷ୍ଟ୍ରପତି ଇମୈନୁଏଲ ମୈକ୍ରନ ଶୁକ୍ରବାର ପିତାମାତାଙ୍କୁ କିଶୋର ପିଲାମାନଙ୍କୁ ଘରେ ରଖିବା ପାଇଁ ନିବେଦନ କରିବା ସହ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତାବ ରଖିଛନ୍ତି ।

Leave A Reply

Your email address will not be published.