ମହାନଦୀ ଜଳ ବିବାଦକୁ ନେଇ ମୁହଁ ଖୋଲିଲେ ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ

0

ରାୟପୁର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି.ଏସ ସିଂଦେଓ ପ୍ରତିକ୍ରିୟା ରଖିଛନ୍ତି। ଉଭୟ ରାଜ୍ୟ ଚାହିଁଲେ ଆପୋଷ ବୁଝାମଣା ମାଧ୍ୟମରେ ଜଳ ବିବାଦର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ସମନ୍ଵୟ ଅଭାବରୁ ଏପରି ପରିସ୍ଥିତି ଦେଖାଯାଇଛି। ଯେଉଁଥି ପାଇଁ ମାମଲା ଟ୍ରିବ୍ୟୁନାଲକୁ ଯାଇଛି।

ଶ୍ରୀ ସିଂହଦେଓ କହିଛନ୍ତି ଯେ, କାବେରୀ ନଦୀକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁର ବି ସମାନ ସ୍ଥିତି ରହିଛି। କୌଣସି ରାଜ୍ୟ ନିଜ ହିତରୁ ବାହାରେ କାର୍ଯ୍ୟ କରିପାରିବେ ନାହିଁ। ଉଭୟ ବସି ରାଜ୍ୟର ସ୍ବାର୍ଥ କଥା ଆଲୋଚନା କରି ସମାଧାନ କରିବାର ଆବଶ୍ୟକତା ଅଛି। ଛତିଶଗଡ଼ରୁ ପାଣି ଆସୁଛି। ଓଡିଶା ମଧ୍ୟରେ ପ୍ରବାହିତ ହେଉଛି। ଉଭୟଙ୍କର ପାଣି ଉପରେ ଅଧିକାର ଅଛି। ଆପୋଷ ଆଲୋଚନା ମାଧ୍ୟମରେ ସବୁକିଛି ସମ୍ଭବ। ଉଭୟଙ୍କୁ ବେଳେବେଳେ ଏକାଠି ହେବାରେ ଏକ ଅସୁବିଧା ହେଉଛି, ଯେଉଁଥିପାଇଁ ଟ୍ରିବ୍ୟୁନାଲରେ ମାମଲା ରହିଛି। ବିଭିନ୍ନ ରାଜନୈତିକ ଦଳ ରହିଛନ୍ତି। ଖୋଲା ମନରେ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଉଭୟ ରାଜ୍ୟର ଅଧିକାରୀମାନେ ଆଲୋଚନା କଲେ ସମାଧାନ ହୋଇପାରିବ।

Leave A Reply

Your email address will not be published.