ଭୁବନେଶ୍ବର(ଆମ ଟିଭି): ଛାତ୍ର ଛାତ୍ରୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର। କାରଣ ଆଜି ବାହାରିବ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ । ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ମେ ୨୯ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା । ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ । ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ପାଠପଢ଼ା ।
୨ହଜାର ୧୫୮ଟି କଲେଜ ପାଇଁ ୫ଲକ୍ଷ ୯ହଜାର ୬୧୪ ସିଟରେ ନାମଲେଖା ହେବ । ସାମସର ତଥ୍ୟ ଅନୁଯାୟୀ ରାଜ୍ୟରେ ୫ଲକ୍ଷ ୭ହଜାର ୪୨୬ ଜଣ ପଞ୍ଜିକରଣ କରିଥିବା ବେଳେ ମୋଟ ୪ଲକ୍ଷ ୬୭ହଜାର ୨୭୨ ଜଣ ଆବେଦନ କରିଛନ୍ତି । ପ୍ରତିବର୍ଷ ୩ ପ୍ରତିଶତରୁ ଅଧିକ କଟ ଅଫ୍ ମାର୍କ ବୃଦ୍ଧି ହେଉଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ମାଟ୍ରିକ ପାସହାର ହୋଇଛି ।