ଧାନ ତଳା ରୋଇଲେ ରାହୁଲ ଗାନ୍ଧି

0

ସୋନେପତ୍‌: ଆଜି ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ସୋନେପତ୍‌ ଅନ୍ତର୍ଗତ ମଦିନା ଗାଁରେ କୃଷକମାନଙ୍କ ସହିତ ମିଶି ଧାନ ତଳା ରୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ‌ଅନୁସାରେ, କାର୍‌ ଯୋଗେ ହିମାଚଳ ପ୍ରଦେଶ ଯିବା ବାଟରେ ରାହୁଲ୍‌ ଗାନ୍ଧୀ ଗୋଟାଏ ଧାନବିଲରେ ଧାନତଳା ରୁଆ ହେଉଥିବା ଦେଖି ଅଟକି ଗଲେ। ତା’ପରେ ସେ କାର୍‌ରୁ ଓହ୍ଲାଇ ପ୍ୟାଣ୍ଟ୍‌କୁ ଆଣ୍ଠୁ ଉପରଯାଏ ମୋଡ଼ି ଧାନବିଲକୁ ପଶିଲେ।

ଗୋଟାଏ ଟ୍ରାକ୍ଟର୍‌ରେ କିଛି ସମୟ ପାଇଁ ଗୋଟାଏ ବିଲ ହଳ କରିବା ପରେ ସେଠାରେ ଥିବା କୃଷକମାନଙ୍କ ସହିତ ମିଶି ଧାନ ତଳା ରୋଇଲେ। ଉପସ୍ଥିତ କୃଷକ ଓ କୃଷି ଶ୍ରମିକମାନଙ୍କ ସହିତ ବି କଥାବାର୍ତ୍ତା କଲେ।

Leave A Reply

Your email address will not be published.