ପୁଣି ଟ୍ରେନରେ ଧୂଆଁ ଯାତ୍ରୀ ଛାନିଆ

0

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଦିବୃଗଡ଼- କନ୍ୟାକୁମାରୀ ସୁପର ଫାଷ୍ଟ୍ ଏକ୍ସପ୍ରେସର ୧୦ନମ୍ୱର୍ ସ୍ଲିପର୍ ବଗିରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଭୟରେ ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇପଡ଼ିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ରେଳ କର୍ମଚାରୀଙ୍କ କହିବାନୁସାରେ, ଟ୍ରେନର ବ୍ରେକ ସୁରେ ଅଖା ପଶି ନିଆଁ ଲାଗିଥିଲା। ରେଳ କର୍ମଚାରୀ ଟ୍ରେନରେ ଥିବା ଅଗ୍ନି ନିର୍ବାପକ ଦ୍ଵାରା ଲିଭାଇଥିଲେ ନିଆଁ। ଜଗନ୍ନାଥ ପ୍ରସାଦ ଜଙ୍କସନରୁ ଧୂଆଁ ବାହାରିଥିଲା। ଲାଞ୍ଜିପଲ୍ଲି ରାମ ନଗର ଠାରେ ଟ୍ରେନ ଅଧା ଘଣ୍ଟା ଅଟକିଥିଲା। ତାପରେ ପୁଣି ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

Leave A Reply

Your email address will not be published.